You are currently viewing ଲାଞ୍ଚ ନେଲାବେଳେ ଧରାହେଲେ ପୋଲିସବାବୁ

ଲାଞ୍ଚ ନେଲାବେଳେ ଧରାହେଲେ ପୋଲିସବାବୁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୧/୦୬, ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ବୋଲଗଡ ଥାନା ଏଏସଆଇ ଭଗବାନ ସ୍ୱାଇଁ । ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ଟିମ୍ । ସୂଚନାରୁ ପ୍ରକାଶ ଯେ ସ୍ଥାନୀୟ ଖୋରଡ ପଲ୍ଲୀ ଅଞ୍ଚଳର ଜନୈକ ମହିଳା ହେଉଛନ୍ତି ସୁକାନ୍ତି ପଟ୍ଟନାୟକ । ତାଙ୍କ ପୁଅ ଓ ତା’ର ସାଙ୍ଗ ମାନଙ୍କ ନାଁରେ ଥିବା ଏକ ମାମଲାରେ ଦଫା କୋହଳ କରିବା ସହ ଗିରଫଦାରୀକୁ ଏଡାଇବା ପାଇଁ ଥାନରେ ଏଏସଆଇ ଭଗବାନ ସ୍ୱାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ସୁକାନ୍ତି ଟଙ୍କା ନେଇ ଥାନାକୁ ଦେବାକୁ ଯାଇଥିଲେ । ଏହିସମୟରେ ଟଙ୍କା ଦେବା କ୍ଷଣି ପୂର୍ବରୁ ଜଗିଥିବା ଭିଜିଲାନ୍ସ ଟିମ ଚଢାଉ କରି ଟଙ୍କା ଜବତ କରିଛି । ଏସଂପର୍କରେ ଅଧିକ ତଥ୍ୟ ପାଇବା ପାଇଁ ଏଏସଆଇ ଭଗବାନଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।