You are currently viewing ଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଜଗମୋହନ ମରାମତି 

ଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଜଗମୋହନ ମରାମତି 

  • Post category:ଓଡିଶା
  • Reading time:1 mins read

କଟକ (ଏଏନଏସ): ଆଜିଠାରୁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଓଡ଼ିଶା ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଏସଆଇ ଆସନ୍ତା ୨୪ ତାରିଖରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା, ମାତ୍ର ଉଚ୍ଚ ନ୍ୟାୟାଳୟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ମରାମତି କାମରେ ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ସେ ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ। ଡିସେମ୍ବର ୪ରେ ମାମଲାର ପରବର୍ତୀ ଶୁଣାଣି କରାଯିବ।

ପୂର୍ବରୁ ନାଟମଣ୍ଡପର ମରାମତି ସରିଛି ବୋଲି ଏଏସ୍‌ଇ ହାଇକୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ୍ କ୍ୟୁରି ଆଇନଜୀବୀ ଏନ୍‌କେ ମହାନ୍ତି ଶ୍ରୀଜିଉଙ୍କ ଗର୍ଭଗୃହ ସମ୍ମୁଖ ଜଗମୋହନରେ ଚଉଡ଼ା ଫାଟ ସୃଷ୍ଟି ହୋଇଥବା ଏବଂ ନାଟମଣ୍ଡପର ଲୁହା ବିମ୍ କଳଙ୍କି ଲାଗି ଖାଇଯାଇଥିବା ସମ୍ପର୍କରେ ଉଦ୍‌ବେଗ ପ୍ରକାଶପୂର୍ବକ ରିପୋର୍ଟ ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।