You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଛଅ ଜଣଙ୍କ ମଧ୍ୟରୁ ନଳିନୀ ଶ୍ରୀହରନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁକ୍ତ କରାଯାଇଛି । ଜେଲରୁ ମୁକୁଳିବା ପରେ ନଳିନୀ କହିଛନ୍ତି ଏହି ହତ୍ୟା ଷଡଯନ୍ତ୍ରରେ ମୋର କୌଣସି ହାତ ନାହିଁ ।
୨. ରବିବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଟିଫନି ତାଙ୍କ ପ୍ରେମିକ ମାଇକେଲ ବୋଲସଙ୍କୁ ବିବାହ କରିଛନ୍ତି ।
୩. ପୂବତ୍ତର ରାଜ୍ୟ ମିଜୋରାମରେ ଏକ ପଥର ଖାଦାପରେ ଦୁର୍ଘଟଣା ଘଟିଛି । ଖଣି ଭିତରେ ୧୨ ଜଣ ଫସିଥିବା ଜଣାପଡିଛି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
୪. ସୋସିଆଲ ମିଡିଆରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରି ଯୁବକ ଗିରଫ । ଯୁକକୁ ଗିରଫ କରିଛି ସାଇବର ଥାନା ପୋଲିସ । ଯୁବକର ନା ମୁକେଶ ନାୟକ । ତା ଘର ସାମନ୍ତରାପୁର ଅଞ୍ଚଳର ବୋଲି ଜଣା ପଡିଛି ।
୫.ସ୍କୁଲରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସାଜିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲା ପାଳ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।
୬. ବାଲେଶ୍ୱର ଗସ୍ତରେ ଦକ୍ଷିଣପୂର୍ବ ରେଳବାଇର ଡିଆରଏମ । ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଐତିହ ସମ୍ପନ୍ନ ଷ୍ଟେସନର ସ୍ଥିତି ଅନୁଧାନ କରିଛନ୍ତି । ମଡେଲ ଷ୍ଟେସନ ନିର୍ମାଣ ପାଇଁ ପୂର୍ବରୁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ ପ୍ରସ୍ତାବିତ ଷ୍ଟେସନର ରୂପରେଖ ପୁନଃ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।
୭. ଆନ୍ଦୋଳନ ରତ ବାର ଆସୋସିଏସନକୁ ନୋଟିସ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନୋଟିସ ଦିଆଯାଇଛି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ କରାଯିବ ।
୮. ଆଜିଠାରୁ ପାରାଦୀପ ସମୁଦ୍ର ଉପକୂଳରେ ଆରମ୍ଭ ହେଲା ଦୁଇଦିନିଆ ସମରାଭ୍ୟାସ ‘ସି-ଭିଜିଲ’ । ଆତଙ୍କବାଦୀଙ୍କୁ ପ୍ରତିହତ କରିବା ପାଇଁ କରାଯାଉଛି ସମରାଭ୍ୟାସ ।
୯. କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଅଭାବନୀୟ ଘଟଣା । ଧର୍ମାନ୍ତରଣ କାରଣରୁ ସାମାଜିକ ବାସନ୍ଦାବସ୍ଥା ଓ ଶବକୁ ନ ଛୁଇଁବା ଘଟଣା ଦେଖିବାକୁ ମିଳିଛି ।
୧୦. କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଅଭାବନୀୟ ଘଟଣା । ସହପାଠୀଙ୍କ ଶହ ଟଙ୍କା ଲୁଚାଇ ରଖବବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି । ପରିବାର ଲୋକ ମୁଁହ ଖୋଲିବା ପରେ ସତ ବାହାରକୁ ଆସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।