You are currently viewing ପେଣ୍ଠକୋଟା ମାରାଇନ ଥାନାଧିକାରୀଙ୍କ ଅକାଳ ବିୟୋଗ

ପେଣ୍ଠକୋଟା ମାରାଇନ ଥାନାଧିକାରୀଙ୍କ ଅକାଳ ବିୟୋଗ

  • Post category:ଓଡିଶା
  • Reading time:1 mins read

ପୁରୀ (୧.୧୦.୨୨) : ପେଣ୍ଠକଟା ମେରାଇନ ଥାନା ଅଧିକାରୀ ଉପେନ୍ଦ୍ର ନାଥ ଦାସଙ୍କ ଶୁକ୍ରବାର ଦିନ ଅକାଳ ବିୟୋଗ ହୋଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ସ୍ପଷ୍ଟ ନଥିଲେ ମଧ୍ୟ ହୃଦ୍‌ଘାତ ଜନିତ ମୃତ୍ୟୁ ବୋଲି କୁହାଯାଉଛି । ଶୁକ୍ରବାର ରାତିରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା । ତା ପରେ ତାଙ୍କୁ ମାଟିତୋଟାସ୍ଥିତ ବାସଭବନ କୁ ନିଆଯାଇ , ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯାଇଛି । ଶ୍ରୀ ଦାସ କେଉଁଝରରୁ ଦୁଇମାସ ହେବ ବଦଳି ହୋଇ ପୁରୀକୁ ଆସିଥିଲେ । ଆଉ ୧୧ମାସ ପରେ ତାଙ୍କ ଚାକିରୀ ସରିବାକୁ ଥିଲା ।ଶୁକ୍ରବାର ଦିନ ଅପରାହ୍ଣ ୩ଟା ବେଳେ ଥାନାଧିକାରୀ ଶ୍ରୀ ଦାସ ଖାଇସାରି ଥାନା ପରିସରରେ ଥିବା ବିଶ୍ରାମଗୃହରେ ବସିଥିଲେ । ହଠାତ୍ ତାଙ୍କ ଦେହ ମୁଣ୍ଡ ଝାଳ ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ସମୟରେ ଅକ୍ସିଜେନ୍ ଲାଗିବା ସହ ଚିକିତ୍ସା ଚାଲିଥିବାବେଳେ ଆରପାରିକୁ ଚାଲିଗଲେ ।ଏହି ଖବରପାଇ ପୁରୀସଦର ଏସ୍‌ଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡ୍‌, ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ବାସେଳୀସାହି ଥାନାଧିକାରୀ କୁଳମଣୀ ସେଠୀ, ତାଳବଣିଆ ଥାନାଧିକାରୀ ସୁଜାତା ବେହେରା, ଚନ୍ଦନପୁର ଥାନାଧିକାରୀ ସୁମତୀ ମହାନ୍ତିଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଶ୍ରୀ ଦାସଙ୍କ ମୃତ୍ୟୁରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।