You are currently viewing ଅଚାନକ ରାଜଧାନୀ ଜଳବାୟୁରେ ପରିବର୍ତ୍ତନ!

ଅଚାନକ ରାଜଧାନୀ ଜଳବାୟୁରେ ପରିବର୍ତ୍ତନ!

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ଅଚାନକ ଜଳବାୟୁରେ ପରିବର୍ତ୍ତନ ଦେଖା ଦେଇଛି । କିଛି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ, ଆଜି ଦିନ ୨ଟା ପରଠାରୁ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ରାଜଧାନୀର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ବର୍ଷା ଏ ପର୍ଯ୍ୟନ୍ତ ହୋଇନଥିଲେବି ମେଘୁଆ ଓ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ତେବେ ପାଗରେ ଅଚାନକ ଏଭଳି ପରିବର୍ତ୍ତନ ରାଜଧାନୀବାସୀଙ୍କୁ ଅସହ୍ୟ ଗୁଳୁଗୁଳିରୁ ଟିକେ ଆସ୍ୱସ୍ଥି ଦେଇଛି । ତେବେ ଅନ୍ୟପଟେ ଘଡ଼ଘଡ଼ି ଓ ପବନ ହେଉଥିବାରୁ ବାହାରକୁ ଯିବାକୁ ଡରୁଛନ୍ତି ଲୋକ ।

ଅନ୍ୟମାନଙ୍କୁ ଜଣାନ୍ତୁ।