ଆପଣାନ୍ତୁ ଏସବୁ ଉପାୟ, ଦୂର ହେବ ମାନସିକ ଚାପ

ବ୍ୟସ୍ତଭରା ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି କାରଣରୁ ମାନସିକ ଚାପ ବା ଟେନସନ ରହିଥାଏl ଏବଂ ଆଗକୁ ଏହି ଚିନ୍ତା ଓ ମାନସିକ ଚାପ ଗମ୍ଭୀର ରୋଗର କାରଣ ହୋଇଥାଏl

Continue Readingଆପଣାନ୍ତୁ ଏସବୁ ଉପାୟ, ଦୂର ହେବ ମାନସିକ ଚାପ

ଜାଣନ୍ତୁ ଶୀତଦିନେ ଥଣ୍ଡା ପାଣି ଏବଂ ଗରମ ପାଣିରେ ଗାଧୋଇବା ଦ୍ୱାରା କ’ଣ ଲାଭ ମିଳିଥାଏ 

ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଥଣ୍ଡା ପାଣିରେ ଗାଧୋଇବା ଆମ ପାଇଁ କାଠିକର ପାଠ ହୋଇଯାଏ। ବିଶେଷ କରି ଥଣ୍ଡା ପାଣି ଦେଖିଲେ ଗାଧୋଇବାର ଇଚ୍ଛା ଯେମିତି ଆପେ ଆପେ ମରିଯାଏ।

Continue Readingଜାଣନ୍ତୁ ଶୀତଦିନେ ଥଣ୍ଡା ପାଣି ଏବଂ ଗରମ ପାଣିରେ ଗାଧୋଇବା ଦ୍ୱାରା କ’ଣ ଲାଭ ମିଳିଥାଏ 

ଆପଣ ଜାଣନ୍ତି କି ? ମୁଣ୍ଡ ବିନ୍ଧା ଦୂର କରେ ହଳଦୀକ୍ଷୀର

କ୍ଷୀର ଓ ହଳଦୀ ଉଭୟରେ ବହୁ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ। ସେହିପରି ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ।

Continue Readingଆପଣ ଜାଣନ୍ତି କି ? ମୁଣ୍ଡ ବିନ୍ଧା ଦୂର କରେ ହଳଦୀକ୍ଷୀର

ପିଠି କିମ୍ବା ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ କରନ୍ତୁନି ଅଣଦେଖା, ହେଇପାରେ ବୋନ କ୍ୟାନ୍ସର

ବୋନ କ୍ୟାନ୍ସର ଗୋଟିଏ ଦୁର୍ଲଭ କ୍ୟାନ୍ସରl ଏହା ଖୁବ କମ ଦେଖିବାକୁ ମିଳିଥାଏ କିନ୍ତୁ ସମସ୍ତ କ୍ୟାନ୍ସର ଭଳି ଏହା ଶୀଘ୍ର ଜଣା ପଡିବା ଜରୁରୀ

Continue Readingପିଠି କିମ୍ବା ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ କରନ୍ତୁନି ଅଣଦେଖା, ହେଇପାରେ ବୋନ କ୍ୟାନ୍ସର

ସକାଳ ଜଳଖିଆରେ ସାମିଲ କରନ୍ତୁ ଚଣା ଓ ଗୁଡ଼, ମିଳିବ ଏହିସବୁ ଫାଇଦା 

ସୁସ୍ଥ ରହିବା ପାଇଁ ପୋଷକ ତତ୍ତ୍ୱ ରହିଥିବା ଖାଦ୍ୟ ନିହାତି ଆବଶ୍ୟକ।  ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏନେଇ ଗୁଡ଼ ଓ ଚଣା ଏକାଠି ମିଶାଇ ଖାଇଲେ ଏହା ସ୍ୱାସ୍ଥ୍ୟକୁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ ।

Continue Readingସକାଳ ଜଳଖିଆରେ ସାମିଲ କରନ୍ତୁ ଚଣା ଓ ଗୁଡ଼, ମିଳିବ ଏହିସବୁ ଫାଇଦା 

ତ୍ୱଚାକୁ କୋମଳ ରଖିବା ସହ ଚମକ ଆଣେ ଏହି ତେଲ, ଜାଣନ୍ତୁ କେମିତି ?

ଝିଅ ହୁଅନ୍ତୁ କିମ୍ବା ମହିଳା ସୁନ୍ଦର ଦେଖା ଯିବା ପାଇଁ କିଏ ବା ନଚାହେଁ କିନ୍ତୁ ବହୁତ କମ ଲୋକଙ୍କ ଏହି ସ୍ୱପ୍ନ ପୂରା ହୋଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଖୁବ ସୁନ୍ଦର ହୋଇଯିବ।

Continue Readingତ୍ୱଚାକୁ କୋମଳ ରଖିବା ସହ ଚମକ ଆଣେ ଏହି ତେଲ, ଜାଣନ୍ତୁ କେମିତି ?

ମହିଳାଙ୍କ ଚିଡ଼ିଚିଡା ଓ ଡିପ୍ରେସନକୁ ଦୂର କରିବ ଏହି ଉପାୟ

ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ମହିଳା ମାନଙ୍କର ହର୍ମୋନ ଅସନ୍ତୁଳନ ହୋଇ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଥାଏl ସେହିସବୁ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚିଡ଼ିଚିଡା ଭାବ ଓ ଅନ୍ୟ ଗୋଟିଏ ହେଉଛି ଡିପ୍ରେସନl ଯାହାକି ମହିଳା ମାନଙ୍କୁ ଗୋଟିଏ ଏଭଳି ସ୍ଥିତିକୁ ନେଇ ଯାଇଥାଏ, ଯାହା ଦ୍ୱାରା ସେମାନେ ପ୍ରାୟତଃ ଦୁଃଖୀ ରହିବାକୁ ଲାଗି ଥାଆନ୍ତି ଓ ନିଦ୍ରା ହୀନତାର ଶିକାର ହୋଇ ଥାଆନ୍ତିl ଏହିସବୁରୁ ଦୂରେଇ ରହିବା ପାଇଁ ନିଜେ ମଧ୍ୟ କିଛିଟା ଚେଷ୍ଟା କରିବା ଆବଶ୍ୟକl

Continue Readingମହିଳାଙ୍କ ଚିଡ଼ିଚିଡା ଓ ଡିପ୍ରେସନକୁ ଦୂର କରିବ ଏହି ଉପାୟ

ପ୍ରଦୂଷିତ ବାୟୁରୁ ରକ୍ଷା ପାଇଵା ପାଇଁ ଆପଣାନ୍ତୁ ଏସବୁ ଉପାୟ 

ବର୍ତମାନ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଂଚି ସାରିଛି କହିଲେ ଅତ୍ୟୁକ୍ତି ହେବନାହିଁ l ଯାହାକୁ ନେଇ ଏମ୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଖୁବ ଚିନ୍ତାରେ l ଶୀତଋତୁ ଆସିବା ମାତ୍ରକେ ଯେଭଳି ପୂଜାପର୍ବ ବଢି ଯାଇଥାଏ ସେହିଭଳି ଜଳବାୟୁ ପ୍ରଦୂଷଣ ମଧ୍ୟ ବଢି ଯାଇଥାଏ l କାହିଁକି ନା ପ୍ରତ୍ୟେକ ପୂଜାପର୍ବ ପାଇଁ ଲାଇଟ, ବାଣ ଓ ବାଜାର ଆୟୋଜନ ବର୍ତମାନ ଜୋରେ ହେଉଛି l ଯାହାଦ୍ୱାରା ଜଳବାୟୁ ମଧ୍ୟ ପ୍ରଦୂଷିତ ହେଉଛିl ସେହିଭଳି ଦୀପାବଳୀରେ ମଧ୍ୟ ବାଣ ଜଳାଇବା ଦ୍ୱାରା ଜଳବାୟୁ ପ୍ରଦୂଷିତ ହୋଇଥାଏ l 

Continue Readingପ୍ରଦୂଷିତ ବାୟୁରୁ ରକ୍ଷା ପାଇଵା ପାଇଁ ଆପଣାନ୍ତୁ ଏସବୁ ଉପାୟ 

ଜାଣନ୍ତୁ, କର୍କଟ ରୋଗର ଲକ୍ଷଣ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ କିପରି ହେବା ସାବଧାନ 

କର୍କଟ ଏପରି ଏକ ମାରାତ୍ମକ ରୋଗ ଯେ ଯଦି ଏହାର ପ୍ରାରମ୍ଭିକ ଲକ୍ଷଣଗୁଡିକ ଲକ୍ଷ୍ୟ ନ ହୁଏ, ତେବେ ଜଣେ ବ୍ୟକ୍ତି ମରିପାରେ।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯଦି କର୍କଟ ରୋଗର ଲକ୍ଷଣ ଶୀଘ୍ର ଚିହ୍ନଟ ହୁଏ, ତେବେ ଏହାକୁ ଅଗ୍ରଗତିରୁ ରୋକାଯାଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗର ଲକ୍ଷଣ ପ୍ରତି ଧ୍ୟାନ ଦେଇ ଏହାକୁ ସହଜରେ ଚିକିତ୍ସା କରାଯାଇପାରିବ। ତେବେ କର୍କଟ କାରଣରୁ ଦେଶରେ ପ୍ରତିବର୍ଷ ଅନେକ ମୃତ୍ୟୁ ଘଟିଥାଏ।  ଦେଶରେ କର୍କଟ ରୋଗ ହେବାର ଆଶଙ୍କା ତଥା ଏହାର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର 7ରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହି ଅବସରରେ ଜାଣିବା କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ କ’ଣ?

Continue Readingଜାଣନ୍ତୁ, କର୍କଟ ରୋଗର ଲକ୍ଷଣ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ କିପରି ହେବା ସାବଧାନ 

ଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ କହିଲେ ଛତୁଆ, ଚୁଡା କଦଳୀ ଓ ପଖାଳ ଭାତ l ଏହା ପ୍ରାୟ ସମସ୍ତ ଓଡ଼ିଆ ଘରେ ଚିର ପରିଚିତ ଖାଦ୍ୟ ଅଟେ l ବିଶେଷ ଭାବେ ଛତୁଆ ଏହି ଖାଦ୍ୟ ମାନଙ୍କ ମଧ୍ୟରୁ ଅଧିକ ଚାହିଦା ନେଇଥାଏl କାହିଁକି ନା ପିଲା ସ୍କୁଲ ହେଉ କିମ୍ବା କଲେଜ ଯିବା ପୂର୍ବରୁ ଛତୁଆ ଗୋଳେଇ ଖାଇଦେଇଥାନ୍ତି l ଛତୁଆ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନ ଲାଗିବ ସହ ଏହାକୁ ଖାଇବାକୁ ଖୁବ କମ ସମୟ ଲାଗିଥାଏ l ଏଥି ସହ କେତେବେଳେ ଯଦି ଜୋରେ ଭୋକ ଲାଗେ କିଛି ନ ଥିଲେ ଛତୁଆ ଟିକେ ଗୋଳେଇ ପିଇଦେଇ ଥାଉl ଏହା ଶରୀର ପାଇଁ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ l

Continue Readingଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ