You are currently viewing ଗିରଫ ହେଲେ ଓଲିଉଡ଼ ଅଭିନେତ୍ରୀ ମୌସୁମୀ

ଗିରଫ ହେଲେ ଓଲିଉଡ଼ ଅଭିନେତ୍ରୀ ମୌସୁମୀ

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅର୍ଥାତ ଆଜି ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

ତେବେ ସୂଚନା ଥାଉ କି, ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ ସୋଶିଆଲ ମିଡିଆରେ ଲେଖିକାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ ବୋଲି ଅଭିଯୋଗ ରହିଛି। ତେବେ ବିବାଦ ପଛରେ ଉଭୟ ପକ୍ଷଙ୍କ ମଧ୍ୟରେ ୫ ଲକ୍ଷ ୮ ହଜାର ଟଙ୍କାର କାରବାର ବୋଲି ଜଣାପଡିଛି। ଟ୍ରେଡିଂ ପାଇଁ ଅଭିନେତ୍ରୀ ଜଣଙ୍କ ପଇସା ଦେଇଥିଲେ ଲେଖିକାଙ୍କୁ। ହେଲେ ପଇସା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା। ଏହାପରେ ଇନଫୋସିଟି ଥାନାରେ ମାମଲା ପହଂଚିବା ପରେ ଆପୋଷ ବୁଝାମଣା ହୋଇଥିଲା। ଏହାପରେ ଚନ୍ଦକା ଥାନାରେ ଏତଲା ଦେଇଥିଲେ ଅଭିନେତ୍ରୀ।ଅଭିନେତ୍ରୀ ଜଣଙ୍କ ହାଇଦ୍ରାବାଦରୁ ଏକ ସୁଟିଂରୁ ଆସି ଫେରିବାପରେ ଇନଫୋସିଟି ପୋଲିସ ତାଙ୍କୁ ଜେରା କରିଥିଲା। ଏହାପରେ ଅଭିନେତ୍ରୀଙ୍କ ହାତରେ ହାତକଡି ପକାଇଛି। ଏବେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।