danga

ଚାପ ଖେଳିବେ ମହାପ୍ରଭୁ: ନରେନ୍ଦ୍ର ପୁଷ୍କରଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଡଙ୍ଗା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆସନ୍ତା ମାସ ୧୦ ତାରିଖରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ଆରମ୍ଭ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରଣୀରୁ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ବାହାର କରାଯାଉଛି । ଭୋଇ ସେବକମାନେ ବିଧି ଅନୁସାରେ ପୁଷ୍କରଣୀରୁ  ଗୋଟିଏ ପରେ ଗୋଟିଏ ଡଙ୍ଗା ବାହାର କରି ସଜାଡି  ରଖୁଛନ୍ତି । ମହାରଣା ସେବକଙ୍କ ଦ୍ୱାରା ଅକ୍ଷୟତୃତୀୟା ପୂର୍ବରୁ ଚାପ ନିର୍ମାଣ କାମ କରାଯିବ । ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ଦୁଇ ଚାପକୁ ପାରମ୍ପରିକ ରଙ୍ଗରେ ପ୍ରସ୍ତୁତ କରାଯିବ । ପ୍ରତି ଚାପରେ ଦୁଇଟି ଡଙ୍ଗା ସଂଯୋଗ କରାଯିବା ସହ ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବ ।

 

ଅନ୍ୟମାନଙ୍କୁ ଜଣାନ୍ତୁ।