puri

ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

  • Post category:ଓଡିଶା
  • Reading time:0 mins read

ପୁରୀ(ଏଏନଏସ୍): ଆସନ୍ତାକାଲି କୁମାରପୂର୍ଣ୍ଣମୀରେ ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏନେଇ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ଆଜି ରାତି ୨ ଟାରେ ଦ୍ଵାର ଫିଟା ପରେ ଭିତର ଶୋଧ କରାଯାଇ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି , ଅବକାଶ ନୀତି ପରେ ଭୋର ୪.୩୦ ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ ସରିବ। ଏହାପରେ ଅନ୍ୟାନ୍ୟ ନୀତି ହୋଇ ଆସନ୍ତାକାଲି ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ସକାଳ ଧୂପ , ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳଧୂପ ଶେଷ ହେବ । ଅପରାହ୍ନ ୨ ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ଅପରାହ୍ନ ୩.୦୦ ରୁ ୩.୩୦ ମଧ୍ୟରେ ଖଇ କୋରା ଭୋଗ ହେବ। ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ।

ଏପଟେ କୁମାରପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଏନେଇ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟାବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ ।

ଅନ୍ୟମାନଙ୍କୁ ଜଣାନ୍ତୁ।